logo

*ପାହାଡ଼ ନିଆଁ ଯୋଗୁଁ ଆତଙ୍କିତ ଅଞ୍ଚଳବାସୀ, ନିଦରେ ସୋଇଛି ବନ ବିଭାଗ*

*ପାହାଡ଼ ନିଆଁ ଯୋଗୁଁ ଆତଙ୍କିତ ଅଞ୍ଚଳବାସୀ, ନିଦରେ ସୋଇଛି ବନ ବିଭାଗ*
ଦାମନଯୋଡି,୪/୫(ନି ପ୍ର): କୋରାପୁଟ ଜିଲ୍ଲା ଶିଳ୍ପାଞ୍ଚଳ ଦାମନଯୋଡି ସନ୍ନିକଟ ଭେଜାପୁଟ ପାହାଡ଼ରେ ଆଜି ଦିନ ପ୍ରାୟ ଗୋଟାଏ ବେଳକୁ ନିଆଁ ଲାଗିଥିଲା । ଏହା ଦେଖି ସ୍ଥାନୀୟ ସାମ୍ୱାଦିକ ସୁଦର୍ଶନ ସେନାପତି ନାଲକୋ ସୁରକ୍ଷା ଦାୟିତ୍ୱରେ ଥିବା ସି ଆଇ ଏସ ଏଫ୍ ଅଗ୍ନିଶମ ବିଭାଗ ଓ ରାଜ୍ୟ ଅଗ୍ନିଶମ ବିଭାଗକୁ ୧୧୨ ସହାୟତା ନମ୍ବରରେ ସୂଚନା ଦେଇଥିଲେ । ସୂଚନା ପାଇ ଉଭୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏଥି ପୂର୍ବରୁ ଦାମନଯୋଡି ର ମହାବୀର ଯୁବକ ସଂଘର ବିଭୁ ଚନ୍ଦନ ପାଣିଗ୍ରାହୀ, ଶୁଭମ୍ ଦାସ, ସତ୍ୟବ୍ରତ ସାହୁ ଙ୍କ ନେତୃତ୍ବରେ ସ୍ଥାନୀୟ ପିଲାମାନଙ୍କୁ ନେଇ ନିଆଁ କୁ ଆୟତ୍ତ କରିବାକୁ ଅନେକ ପ୍ରୟାସ କରିଥିଲେ । ନିଆଁ ଉଗ୍ରତା ଦେଖି ଯୁବକ ସଂଘ ଯୁବକ ମାନେ ଫେରି ଆସିଥିଲେ । ଏଥିରେ ଅନେକ ଛୋଟ ପିଲା ମଧ୍ୟ ସାମିଲ୍ ହୋଇଥିଲେ । ଅନ୍ୟ ପକ୍ଷରେ ନିଆଁ ଲାଗିଥିବା ସ୍ଥାନକୁ ଗାଡ଼ି ଯିବାରେ ଅସୁବିଧା ହେବାରୁ ଅଗ୍ନିଶମ ବିଭାଗ ମଧ୍ୟ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇ ଫେରି ଯାଇଥିଲେ । ପାହାଡକୁ ଲାଗି ଜନବସତି ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖାଯାଇଛି ।
ତେବେ ଏ ନେଇ ବନବିଭାଗକୁ ଅବଗତ କରାଯାଇଥିଲେ ସୁଦ୍ଧା ବନବିଭାଗ ଏଥିପ୍ରତି ଗୁରୁତ୍ବ ନଦେବା ପରିତାପର ବିଷୟ । ନିଆଁ ଲାଗିଥିବା ସ୍ଥାନରୁ ଅନତି ଦୂରରେ ଜନବସତି ଥିବାରୁ ଆସୁ ବିପଦକୁ ଏଡ଼ାଇ ଦିଆଯାଇନପାରେ । ଯଦି କୌଣସି ଧନ ଜୀବନ କ୍ଷତି ହୁଏ, ସେଥିପାଇଁ ଦାୟୀ କିଏ ରହିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଦିନ ବେଳୁ ଲାଗିଥିବା ଏହି ନିଆଁ ରାତ୍ରୀ ପର୍ଯ୍ୟନ୍ତ ଜଳୁଥିବା ଦେଖାଯାଇଛି । ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ କରି ନିଆଁକୁ ଆୟତ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

10
2887 views